ରାଜଧାନୀରେ ବିଚ୍ ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ I ମାରଣାସ୍ତ୍ର ଧରି ବାଇକରେ ଅପରାଧୀମାନେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ I ଦିନ ଦ୍ବିପହରେ ଏହି ଘଟଣା ଘଟିଥିଲେ ବି ଅପରାଧୀଙ୍କୁ ପ୍ରତିରୋଧ କରିବା ପାଇଁ କେହି ସାହଜ ଜୁଟାଇ ପାରି ନଥିଲେ I ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ସମୟ ଧରି ରାସ୍ତା ଉପରେ ତାଙ୍କ ମୃତଦେହ ପଡି ରହିଥିଲା I ତେବେ ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି I ହତ୍ୟାକାଣ୍ଡର ଶୀକାର ହୋଇଥିବା ଯୁବକଙ୍କ ପତ୍ନୀ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଗୋଟିଏ ମିଠା ଦୋକାନରେ କାମ କରୁଥିଲେ, କୌଣସି କାରଣରୁ ଦୋକାନ ମାଲିକଙ୍କ ସହ ଝଗଡା ହେବାରୁ ସେ ବାହାରି ଆସି ବଜାରରେ ନିଜେ ଏକ ଦୋକାନ କରିଥିଲେ I ଚାରିମାସ ତଳେ ମଧ୍ୟ ତାଙ୍କ ସ୍ବାମୀଙ୍କ ଉପରେ ଆକ୍ରମଣ ହୋଇଥିଲା I ଆଜି ତାଙ୍କୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ I ଯୁବକ ଜଣକ ଡିଭାଇଡର ଡେଇଁ ରାସ୍ତା ଆରପାଖକୁ ପଳାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି I

LEAVE A REPLY

Please enter your comment!
Please enter your name here