ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗତକାଲି କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି । ମନ୍ତ୍ରୀ ତୁଷାରକାନ୍ତି ନିଜ ପୈତୃକ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନଗର ପଞ୍ଚୟତ ବାଲିଡିଆର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିନା ବାଣ ବାଜାରେ ନିରାଡମ୍ବର ପୂର୍ଣ୍ଣ ଶୋଭାଯାତ୍ରା କରି ବର ବେଶ ସାଜି ମନ୍ତ୍ରୀ ତୁଷାରକାନ୍ତି ଦେଉଳିମଠରେ ପହଞ୍ଚିଥିଲେ। ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର‌୍ୟ୍ୟ ସମ୍ପନ୍ନ ହୋଇଥିଲା। ଲୋକମାନଙ୍କ ପାଇଁ ନିରାମିଷ ଭୋଜିର ଆୟୋଜନ ହୋଇଥିଲା।

LEAVE A REPLY

Please enter your comment!
Please enter your name here