ପୁରୀରେ ରଥଯାତ୍ରାବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ ଆରମ୍ଭ ହୋଇଛି ଆଇନଗତ କାର୍ଯ୍ୟାନୁଷ୍ଠାନ । ହରିୟାଣାର ଗୋବିନ୍ଦ କ୍ରିଷ୍ଣା ଦାସ, ଅତୁଲ କ୍ରିଷ୍ଣା ଦାସଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଥିଲା । ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡିଲେ ବାକି ୮ ଜଣ ପୁରୀ ସହରର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here