ଭୁବନେଶ୍ୱର ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହିତ ମାସ୍କ ଓ ସାମାଜି ଦ୍ୱରତା କୁ ଗୁରୁତ୍ୱ ଦିଆଯାଇଛି । ଟ୍ରେନରେ ଚଢିବା ପୂର୍ବରୁ ଟେନକୁ ମଧ୍ୟ ସାନିଟାଇଜ କରାଯାଇଥିଲା । ଟ୍ରେନରେ ୫୪୫ ଜଣ ଯାତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । କାଲି ୧୦ ଟା ୪୫ରେ ଏହି ଟ୍ରେନ ନୂଆଦିଲ୍ଲୀରେ ପହଁଞ୍ଚିବ । ଆସନ୍ତାକାଲି ସଂଧ୍ୟା ୫ଟା ୫ରେ ନୂଆଦିଲ୍ଲୀ ଛାଡି ପରଦିନ ସଂଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଁଞ୍ଚିବ ଟ୍ରେନ୍ । ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ରୁ ଭୁବନେଶ୍ୱର ସମେତ ଦେଶର ପ୍ରମୂଖ ସହରକୁ ୧୫ ଯୋଡା ଟ୍ରେନ ଯାଉଛି । କନଫର୍ମ ଇ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ପ୍ରବେଶର ଅନୁମତି ମିଳୁଛି ।

LEAVE A REPLY

Please enter your comment!
Please enter your name here