କରୋନାରେ ଆଖି ବୁଜିଲେ ୩୨ ବର୍ଷୀୟ ଯୁବ ଡାକ୍ତର । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କର କରୋନା ସଙ୍କ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ନାଁ ହୃଦାନନ୍ଦ ଭୂୟାଁ । ଗତ କିଛିଦିନ ଆଗରୁ ସେ କରୋନାର ଦୁଇଟି ଡୋଜ୍ ନେଇଥିଲେ । ଏବେ ତାଙ୍କର କରୋନା ସଙ୍କ୍ରମଣରେ ମୃତ୍ୟୁ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିଦିନ ଆଗରୁ ଡାକ୍ତର ଜଣକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର ଅନ୍ୟ ରୋଗ ମଧ୍ୟ ଥିଲା । ମୃତ ଡାକ୍ତର ଏମକେସିଜିରେ ଏମବିବିଏସ , ଏସସିବିରେ ପିଜି କରିଥିଲେ । ଡବଲ ଡୋଜ୍ ଟିକା ନେବା ପରେ କେମିତି ପୁଣି ସଙ୍କ୍ରମିତ ହେଲେ ତାକୁ ନେଇ ଏବେ ମନରେ ପ୍ରଶ୍ନ ଉଙ୍କି ମାରୁଥିବାବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଛି କି ନାଁଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଏଯାଏଁ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here