ଓଡିଶା ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ସୋମବାର ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମରେ ଉଦବୋଧନ ଦେବା ସହ ଅନେକ ଜନ କଲ୍ୟାଣକାରୀ ଯୋଜନା ଏବଂ ନୂତନ ଟ୍ରେନର ଘୋଷଣା କରିଛନ୍ତି ସିହ୍ନା। ରେଳମନ୍ତ୍ରୀ କହିଛନ୍ତି , ଗଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ଯାଏଁ ସଂପ୍ରସାରିତ କରାଯାଇଛି । ଏହାସହ ସମ୍ବଲପୁର ଏବଂ ସାଲିମାର ମଧ୍ୟରେ ନୂଆ ଟ୍ରେନ ଆରମ୍ଭ ହେବ । ଯାହା ତାଲଚେର ଦେଇ ସପ୍ତାହକୁ ତିନି ଦିନ ଚାଲିବ । ଏହାସହ କିଛି ଟ୍ରେନର ନୂଆ ଷ୍ଟପେଜ ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଣିକି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏବେ ଢେଙ୍କାନାଳରେ ରହିବ । ସେହିପରି ହାୱଡା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ବାଲେଶ୍ୱରରେ ରହିବ । ହଳଦିଆ-ମାଡ୍ରାସ ସୁପରଫାଷ୍ଟ ବାଲେଶ୍ୱର ବାଲେଶ୍ୱର ଷ୍ଟେସନରେ ରହିବ । ହାୱଡା-କନ୍ୟାକୁମାରୀ ଏକ୍ସପ୍ରେସ ଭଦ୍ରକରେ ଏବଂ ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ଅଟକିବ । ଏହାସହ ପୁରୀ-ପାରାଦ୍ୱୀପ ଏକ୍ସପ୍ରେସ କଣାସରେ, ହାୱଡା-ପୁରୀ ମାର୍କୋଣା ଏବଂ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଧାନମଣ୍ଡଳ ଷ୍ଟପେଜରେ ରହିବ । ଏତତ୍ ବ୍ୟତୀତ କେନ୍ଦୁଝର- ଭୁବନେଶ୍ୱର ଧାନମଣ୍ଡଳରେ, ବଡବିଲ-ପୁରୀ କଣାସରେ ରହିବ ବୋଲି ମନୋଜ ସିହ୍ନା ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here