ବହୁଦିନର ସ୍ୱପ୍ନ ପୂରଣ ହେଲା । ଚିତ୍ରକୋଣ୍ଡାର ବିଚ୍ଛିନ୍ନାଚଂଳ ଲୋକଙ୍କ ମୁହଁରେ ହସ ଫୁଟିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଶୁଭ ଉଦଘାଟନ କରିବା ପରେ ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ନିଜର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ହେଉ ଅବା ଡାକ୍ତରଖାନା ସୁବିଧା, ସବୁ କାମ ପାଇଁ ଲୋକଙ୍କୁ ଡଙ୍ଗା କି ମଟର ବୋଟ୍ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ଚିତ୍ରକୋଣ୍ଡାରେ ବିପଦସଙ୍କୁଳ ଜଳଯାତ୍ରାର ପରିସମାପ୍ତି ଘଟିଲା । ବିଚ୍ଛିନ୍ନାଚଂଳ ପାଇଁ ମାଓବାଦୀମାନେ ବି ଏହାର ଫାଇଦା ଉଠାଉଥିଲେ । ବର୍ଷ ବର୍ଷ ଧରି ସରକାରୀ ଅବହେଳାର ଶୀକାର ହୋଇ ଆସୁଥିବା ବିଚ୍ଛିନ୍ନାଚଂଳର ବାସିନ୍ଦାମାନେ କେତେବେଳେ ସରକାରୀ ବାବୁମାନଙ୍କ ଦ୍ୱାରା ତ ଆଉ କେତେବେଳେ ମାଓବାଦୀଙ୍କ ଦ୍ୱାରା ଉତ୍ପୀଡନର ଶୀକାର ହୋଇଆସୁଥିଲେ । ଏପରିକି ଜିଲ୍ଲାପାଳ ଥିବା ଭିନିଲକ୍ରିଷ୍ଣାଙ୍କୁ ମଧ୍ୟ ମାଓବାଦୀମାନେ ଅପହରଣ କରି ବିଚ୍ଛିନ୍ନାଚଂଳରେ ଲୁଚାଇ ରଖିଥିଲେ । ବିଚ୍ଛିନ୍ନାଚଂଳ ଥିଲା ମାଓବାଦୀଙ୍କ ପାଇଁ ସ୍ୱର୍ଗ । ପୋଲିସ କି ସିଆରିପିଏଫ ଓ ବିଏସଏଫ ଯବାନଙ୍କ ଅପରେସନ ପୂର୍ବରୁ ସେମାନେ ଖସି ଯାଉଥିଲେ । ଯେଉଁଥିପାଇଁ ଗୁରୁପ୍ରିୟା ସେତୁ ନିର୍ମାଣକୁ ମାଓବାଦୀମାନେ ବିରୋଧ କରିଆସୁଥିଲେ । ଫଳରେ ବାରମ୍ବାର ଠିକାସଂସ୍ଥା ମାନେ ଗୁରୁପ୍ରିୟା ସେତୁର ନିର୍ମାଣ ଟେଣ୍ଡର ନେଇ ମଧ୍ୟ ବିଫଳ ହେଉଥିଲେ । ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପରେ ହିଁ ଗୁରୁପ୍ରିୟା ସେତୁ ନିର୍ମାଣ ସମ୍ଭବ ହୋଇପାରିଛି

LEAVE A REPLY

Please enter your comment!
Please enter your name here