ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ । ଏହି ଘଟଣା ହେଉଛି ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ମହାବିଦ୍ୟାଳୟର । ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମ କରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗବାର ଦିନ ୧୨ଟାରେ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗୁରୁତର ଆହତ ଛାତ୍ରୀଙ୍କୁ ପ୍ରଥମେ ଅଡଶପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି ।
ସୁଚନାଅନୁସାରେ , ବାଲିଅନ୍ତା ଥାନା ଅନ୍ତର୍ଗତ ଫିରିଫରା ଗାଁର ଯୁବତୀ ଜଣକ ଅଡଶପୁର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ । ଉକ୍ତ ଅନ୍ତର୍ଗତ ଦେଉଳି ଉପର ସାହି ଗାଁର ଜଣେ ଯୁବକ ତାଙ୍କୁ ଏକପାଖିଆ ପ୍ରେମ କରି ଆସୁଥିଲେ । ଛାତ୍ରୀ ଙ୍କ ଏଥିରେ ରାଜି ନହେବାରୁ ଯୁବକ ଜଣକ କ୍ରୋଧରେ ଥିଲେ । ମଙ୍ଗଳବାର ଛାତ୍ରୀ ତାଙ୍କର ଦୁଇ ସାଥୀଙ୍କ ସହ କ୍ଲାସ ସାରି ଚାଲିଚାଲି ଘରକୁ ଫେରୁଥିବା ସମୟରେ ସମ୍ପୃକ୍ତ ଯୁବକ ତାଙ୍କର ଦୁଇ ସହଯୋଗୀ ଏକ ବାଇକରେ ଆସି ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଛାତ୍ରୀଙ୍କ ପିଠି ଓ ଡାହଣ ଗୋଡରେ ଗୁରୁତର କ୍ଷତ ହୋଇଛି ।

LEAVE A REPLY

Please enter your comment!
Please enter your name here