ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ କଲେଜ ଅଧ୍ୟାପକ । ଘଟଣା ଘଟିଛି ବାରିପଦାସ୍ଥିତ ଏମପିସି ସ୍ୱୟଂ ଶାସିତ କଲେଜରେ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଇଂରାଜୀ ଅଧ୍ୟପକଙ୍କୁ ଗିରଫ କରିଛି ପୋଲିସ । ଗତ ୧୫ ତାରିଖରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ସୁଚନା ଦିଆଯାଇଥିଲେ ମଧ୍ୟ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତକାଲି କଲେଜରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ । ଏମିତି କି କଲେଜ ପରିସରରେ ଭଙ୍ଗାରୁଜା ବି କରିଥିଲେ । ଘଟଣାସ୍ଥଳରେ ପହଁଞ୍ଚି ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here