ମାସେ କାଳ କନ୍ଦାଇଲାଣି ପିଆଜ । ନିୟନ୍ତ୍ରଣକୁ ଆସୁନି ଦର । ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ହାତ ଟେକିଦେଲେ ରାଜ୍ୟ ସରକାର । ପିଆଜ ଯନ୍ତ୍ରଣା ବଢୁଛି ପଛେ କମିବାର ନାଁ ନେଉନି । ଦୁଇ ଦିନ ତଳେ କିଲୋ ଖସିଆସିଥିଲା ୮୦ ରୁ ୯୦ ଟଙ୍କାଙ୍କୁ । ପୁଣି ପହଁଞ୍ଚିଛି ୧୨୦ରୁ ୧୩୦ ଟଙ୍କାରେ । ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ସୁବଠି ପିଆଜ କିଲୋ ୧୨୦ ଟଙ୍କା ଉପରେ । କୁହାଯାଉଛି ନାସିକରେ ବର୍ଷା ଲାଗି ରହିଥିବାରୁ ପିଆଜ ଆମଦାନୀ ହୋଇପାରୁନି । ଛତ୍ରବଜାରକୁ ପିଆଜ ନଆସିବା ପର୍ଯ୍ୟନ୍ତ ଏଭଳି ଦର ବଢିବ ବୋଲି କହୁଛନ୍ତି ବ୍ୟବସାୟୀ । ଷ୍ଟିଲ ସିଟି ରାଉରକେଲାରେ ପିଆଜକୁ ନେଇ ଗ୍ରାହକ ବ୍ୟବସାୟୀ ସମସ୍ତେ ଟେନସନରେ । ତିନିଦିନ ଟିକିଏ ଖସିଲା । ପୁଣି ୩୦ରୁ ୪୦ଟଙ୍କା ବଢିଯାଇଛି ପିଆଜ ।
ପିଆଜ ପରେ ଧିରେ ଧିରେ ଆଳୁ ଦର ବି ବଢିବାରେ ଲାଗିଲାଣି । ଦୁଇଦିନ ଭିତରେ ଆଳୁ ଦର ୫ଟଙ୍କା ବଢି ୨୫ ଟଙ୍କାରେ ପହଁଞ୍ଚଲାଣି । ଗୁଣ୍ଡ ବା ଛୋଟ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରୀ ହେଉଥିବାବେଳେ ବଡ ଆଳୁର ଦାମ ୨୪ରୁ ୨୫ ଟଙ୍କା ରହିଛି । ବାହାରକୁ ଆଳୁ ରପ୍ତାନୀ ଯୋଗୁ ଖୁଚୁରା ବଜାରରେ ଆଳୁ ଅଭାବ ପଡୁଥିବା କହିଛନ୍ତି ବ୍ୟବସାୟୀ । ପିଆଜ ଏବଂ ଆଳୁ ଦରକୁ ନେଇ ଚିନ୍ତାରେ ଖାଉଟି ।

LEAVE A REPLY

Please enter your comment!
Please enter your name here