ମାଲକାନଗିରି ମାର୍କେଟରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା । ଶୁକ୍ରବାର ହାଇଟେକ କଲୋନିର ଜଣେ ବ୍ୟକ୍ତି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅଭିଯୋଗ ଆଣିବା ପରେ ଆଜି ପୁଣିଥରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅଭିଯୋଗ ଆସିଛି । ମାଲକାନଗିରି ବସ୍ ଷ୍ଟାଣ୍ଡ ନିକଟରୁ ଗଙ୍ଗାଧର ପଟ୍ଟନାୟକ କିଣିଥିବା ଅଣ୍ଡା ଅସଲି ହୋଇନଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଗଙ୍ଗାଧର ଅଣ୍ଡା କିଣି ଆଣିବାପରେ ତାକୁ ଫଟେଇଥିଲେ, ତେବେ ଅଣ୍ଡାକୁ ଫଟାଇବାପରେ କେଶରରେ ପ୍ଲାଷ୍ଟିକ୍ ଆବରଣ ଥିବା ସେ କହିଛନ୍ତି । କେଶରକୁ ଉଠାଇଲେ ଏହା ଅଲଗା ହୋଇ ବାହାରି ଆସିଥିଲା । ଏହାସହ ଅଣ୍ଡାର କେଶର ଉପରେ ଏକ ପତଳା ଆବରଣ ରହିଥିଲା । ପ୍ଲାଷ୍ଟିକ ଆବରଣରେ ନିଆଁ ଲଗାଇଲେ ଏହା ଜଳି ଯାଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here