ପୁଣି ଭାଇରାଲ ହେଲା ଏକ ଗଣ ଦୁଷ୍କର୍ମର ଭିଡିଓ | ଯାହାକୁ ନେଇ ଜୁନାଗଡ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତ ଯୁବତୀ | କଳାହାଣ୍ଡିରେ ଜିଲ୍ଲାରେ ଘଟିଛି ଏହି ଲଜ୍ୟା ଜନକ ଘଟଣା | ଅପରାହ୍ଣରେ ପୀଡ଼ିତ ଯୁବତୀ ଜଣକ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିବା ସମୟରେ ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଅପରିଚିତ ଦୁର୍ବୃତ୍ତ କାରକୁ ଅଟକାଇ ଯୁବତୀକୁ ଜଙ୍ଗଲ ମଧ୍ୟକୁ ନେଇ ଗଣଦୁଷ୍କର୍ମ କରିଥିଲେ | ଏହି ସବୁ ଘଟଣାର ଏକ ଭିଡିଓ ମଧ୍ୟ ଉତୋଳନ କରିଥିଲେ, ଯେଉଁ ଭିଡିଓକୁ ଦୁର୍ବୁତ୍ତମାନେ ଭାଇରାଲ କରିଛନ୍ତି | ତେବେ ଅପରିଚିତ ଅଭିଯୁକ୍ତ ଯୁବକମାନେ ମାରଣାସ୍ତ୍ର ଦେଖାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୀଡିତ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ, ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛନ୍ତି | ୭ ଦିନ ମଧ୍ୟରେ ଦୋଷୀଙ୍କୁ ଖୋଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା କହିଛନ୍ତି |

LEAVE A REPLY

Please enter your comment!
Please enter your name here