ଡିଜିପି ଆର.ପି. ଶର୍ମା ମଙ୍ଗଳବାର ମାଲକାନଗିରିରେ ପହଁଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିବା ପରେ ବିଏସଏଫ କ୍ୟାମ୍ପରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାଓଦମନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଡିପିଓରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଥିଲେ । ଆଗାମୀ ଛତିଶଗଡ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ବହୁ ହିଂସାକାଣ୍ଡ ଘଟାଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ନେଇ ଗୁଇନ୍ଦା ସୁଚନା ମିଳିଛି । ଏଣୁ ପଡିଆ, ମାଥିଲି ବ୍ଲକ ସୀମାନ୍ତ ଛତିଶଗଡ ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥା ସହ ବିଏସଏଫ ମୁତୟନ, ସୀମାକୁ ସିଲ କରିବା ସହ ପଡୋଶୀ ରାଜ୍ୟ ସହ ଯୋଗାଯୋଗ କରି ଯୁଗ୍ମ କମ୍ବିଂ ଅପରେସନ ସମ୍ପର୍କରେ ମଧ୍ୟ ବିସ୍ତ୍ରୃତ ଭାବେ ଆଲୋଚନା କରିଛନ୍ତି । ୟ
ସୁଚନାନୁସାରେ ସୋମବାର ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର , ଆଲୁରକୋଟା ନିକଟରେ ବିଏଫ ଯବାନଙ୍କ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here