ଓଡିଶାରେ ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ | ପୁଣି ଓଡିଶାରେ ପୁଞ୍ଜିନିବେଶ କରିବା ଲକ୍ଷ୍ୟରେ ଆସିଛନ୍ତି ୪୬ ଜଣିଆ ପ୍ରତିନିଧି ଦଳ | ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିବା କୋରିଆ ପୁଣି ଥରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଇଛା ପ୍ରକାଶ କରିଛି | ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି କୋରିଆର ୪୬ ଜଣିଆ ପ୍ରତିନିଧି ଦଳ | ରାଜ୍ୟ ସରକାରଙ୍କ ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି | ପରେ ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ପୁଞ୍ଜିନିବେଶ ନେଇ କୋରିଆ ଟିମ୍ ସହ ଆଲୋଚନା ହୋଇଥିଲା । ସେମାନଙ୍କ ସହ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ କିଆ ମୋଟର୍ସ, ସାମସଙ୍ଗ ଓ ହ୍ୟୁଣ୍ଡାଇ ପୁଞ୍ଜିନିବେଶ କରିବ କୋରିଆ । ବିନିଯୋଗର ଗଡ଼ ପାଲଟିଛି ଓଡ଼ିଶା | ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରି ସୁଯୋଗ ମିଳିବ | ସେପଟେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ନେଇ ଆସିଥିବା ଦକ୍ଷିଣ କୋରିଆ ପ୍ରଦିନିଧି ଦଳର ସଦସ୍ୟ ମାନେ ପ୍ରତିକ୍ରିୟା ରଖିଛନ୍ତି, ଓଡ଼ିଶା ସହ କୋରିଆର ନୂଆ ସମ୍ପର୍କ ସ୍ଥାପନ ହେବ, ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା | ତେବେ ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିବା କୋରିଆ ପୁଣି ଥରେ ପୋସ୍କୋ ସମୟର ଅଭିଜ୍ଞତାକୁ ଆଧାର କରି ଓଡିଶାରେ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛିି |

LEAVE A REPLY

Please enter your comment!
Please enter your name here