ଶନିବାର ଦିନ ପୁରୀ ବେଳାଭୂମିରେ ହଜି ଯାଇଥିଲେ ବାଲେଶ୍ୱରର ବଂଶୀଧର ବେହେରା I ପରିବାର ସହ ସମୁଦ୍ର ଲହଡିର ମଜା ନେଉଥିବା ବେଳେ ହଠାତ ସେ ନିଖୋଜ ହୋଇଯାଇଥିଲେ I ବହୁତ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନଥିଲା I ପୁଅ ସହ ସମୁଦ୍ରରେ ଖେଳିବାର ଶେଷ ଭିଡିଓ ଭାଇରଲ ହୋଇଥିଲା I ମାତ୍ର ରବିବାର ରାତିରେ ତାଙ୍କ ମୃତଦେହ କୋଣାର୍କ ନିକଟ ବେଲେଶ୍ୱର ବେଳାଭୂମି ନିକଟରୁ ପୋଲିସ ଉଦ୍ଧାର କରିଛି I ମାରାଇନ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି I

LEAVE A REPLY

Please enter your comment!
Please enter your name here