ଓ୍ବେବଚ୍ୟାନେଲକୁ ଅପବ୍ୟବହାର କରୁଛନ୍ତି ଅପରାଧୀ । ସାମ୍ବାଦିକ କହି ଅପରାଧ ରଚାଉଛନ୍ତି । ମାତ୍ର ସାମ୍ବାଦିକ ନାଁରେ ଅପରାଧୀଙ୍କ ଏଭଳି କାର୍ଯ୍ୟ ଏବେ ଅସଲି ସାମ୍ବାଦିକଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି । ତେଣୁ ସାମ୍ବାଦିକ ବୃତ୍ତିରୁ ନକଲି ସାମ୍ବାଦିକଙ୍କୁ ବାଛିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ।

ନିକଟରେ ଦାଦାବଟି ପାଇଁ ଏକ ଓ୍ବେବଚ୍ୟାନେଲର ପାଞ୍ଚଜଣ କର୍ମଚାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ସେହିପରି ମାଲକାନଗିରିରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ବ୍ଲାକମେଲିଂ କରୁଥିବା ଦୁଇଟି ଓ୍ବେବ ଚ୍ୟାନେଲର ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଥିଲା ।

ବହୁ ବରିଷ୍ଠ ସାମ୍ବାଦିକ ଓ୍ବେବଚ୍ୟାନେଲରେ କାର୍ଯ୍ୟ କରୁଛନ୍ତି । ମାତ୍ର କିଛି ନକଲି ସାମ୍ବାଦିକଙ୍କ ପାଇଁ ଏବେ ଓ୍ବେବ ଚ୍ୟାନେଲକୁ ବଦନାମ କରାଯାଉଛି ।

LEAVE A REPLY

Please enter your comment!
Please enter your name here