ନିଜ ଇଛାରେ କାର୍ଯ୍ୟଚୟନ କଲେ ଅଧିକ ସଫଳତା ମିଳିଥାଏ । ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କ୍ୟାରିଅର କାଉନସେଲିଙ୍ଗ ବୈଠକରେ ଅଂଶ ଗ୍ରହଣ କରି ବିଶିଷ୍ଠ ବ୍ୟକ୍ତିମାନେ ଏହା କହିଛନ୍ତି । ସ୍ଥାନୀୟ ୟୁଥ ହଷ୍ଟେଲ ଠାରେ ୟୁନିସେଫ ସହଯୋଗରେ ଆୟୋଜିତ ଏହି କ୍ୟାରିଅର କାଉନସେଲିଙ୍ଗ କାର୍ଯ୍ୟକ୍ରମରେ ୟୁନିସେଫ ଜିଲ୍ଲା କୋଡିନେଟର ସୁମିତା ରାଣୀ ଘୋଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ୟୁଥ ଆଇକନ ସୁକାନ୍ତ କୁମାର ମହାନ୍ତି, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ ଓ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here