ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବାମନଗୁଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗଛକୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାରେ ସାହର୍ଯ୍ୟ କରିଛନ୍ତି ଚିତ୍ରକୋଣ୍ଡା ବିଜେଡି ବିଧାନସଭା ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ଓ ତାଙ୍କର ସମର୍ଥକ । ଅଳ୍ପକେ ମୃତୁ୍ୟମୁଖରୁ ବର୍ତ୍ତିଛନ୍ତି ଦୁଇ ଜଣ । ସୁଚନାଅନୁସାରେ, କୌଣସି କାମରେ ଦୁଇଜଣ ବାଇକରେ ଯାଉଥିବାବେଳେ ଗଛରେ ପିଟି ହୋଇଥିଲା ବାଇକ୍ । ସେହି ସମୟରେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନିଜ ସମର୍ଥକଙ୍କୁ ଧରି ପ୍ରଚାର ଗାଡିରେ ଯାଉଥିଲେ । ଘଟଣାସ୍ଥଳରେ ସେ ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ବିଳମ୍ବ ହେବାର ଦେଖି ସେ ନିଜର ପ୍ରଚାର ଗାଡ଼ିରେ ୨ ଆହତ ବ୍ୟକ୍ତିଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତ ବ୍ୟକ୍ତି ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତର ଦୁର୍କାଯୋଡି ଗାଁର ।

LEAVE A REPLY

Please enter your comment!
Please enter your name here