ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ଅସମ୍ମାନ ହେବା ସହ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀ ଆଜିର ସମାଜରେ ଅସୁରକ୍ଷିତ ହୋଇପଡ଼ିଛି । କେବେ ନାରୀ ନିର୍ଯାତନା ଖବର ଆସୁଛି ତ କେବେ ଦୁଷ୍କର୍ମର ଶିକାର ହେଉଛି ନାରୀ । ଏହାକୁ ପ୍ରତିବାଦ କରି କଂଗ୍ରେସ କାଲି ଆନ୍ଦୋଳନ କରିବ । ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ କଂଗ୍ରେସ ବକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରେସମିଟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ବିଧାନସଭା ଗୃହରେ ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ଆଜି ମୁଲତବୀ ଘୋଷଣା କରିବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here