ଜୀବନରେ ଯେତେ ଝଡ ତୋଫାନ ଆସିଲେ ବି କେବେ ବି ମୋତେ ପର କରିବୁନି । ଅଧାବାଟରେ କେବେ ବି ମୋ ହାତ ଛାଡିବୁନି । ଆଜି ଭ୍ୟାଲେନଣ୍ଟାଇନ୍ସର ପଞ୍ଚମ ଦିନ ଅର୍ଥାତ୍ ପ୍ରମିଜ୍ ଡେ’ରେ ବାନ୍ଧବୀଙ୍କୁ ପ୍ରତିଶ୍ରୁତି ମାଗିଛନ୍ତି ସ୍ପିଣ୍ଟର ଦୂତି ଚାନ୍ଦ । ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଦୂତି ଲେଖିଛନ୍ତି ଯେ, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରମିଜ୍ ଡେ’ । ପ୍ରେମ ସପ୍ତାହର ପ୍ରମିଜ୍ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ ।

LEAVE A REPLY

Please enter your comment!
Please enter your name here