ଏଣିକି ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ । ଆଜି ଏନେଇ ନିଷ୍ପତି ନିଆଯାଇଛି । ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ ହେବ । ନାଗରିକଙ୍କ ସୁବିଧା ଅସୁବିଧା ପୋଲିସ ବୁଝିବ । ସୁଚନାଅନୁସାରେ, ପ୍ରତି ରବିବାର ଦିନ ଥାନା ଆଇଆଇସିଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଅପରାହ୍ନ ୪ରୁ ୫ଟା ଯାଏଁ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ ନାଗରିକମାନେ ଯୋଗଦେବେ । ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ । ଏପରିକି ସହାୟତା ଆପ୍ଲିକେସନ ମଧ୍ୟ ଡାଉନଲୋଡ କରିବେ । ଏହି ଆପ୍ ବ୍ୟବହାର କରିବା ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବ ନାହିଁ । ଏତତ୍ ବ୍ୟତୀତ ଘରେ ସିସିଟିଭି ଲଗାଇବାକୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ନେଇ ହୋଇଥିବା ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here