ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦିପ୍ତ କୁମାର ଦାସଙ୍କୁ ବଦଳ କରାଯାଇ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ ବରାଳଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି। ସେପଟେ ସିଡିଆଇ ରବିନ୍ଦ୍ରନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷର ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ଦ୍ୱାୟିତ୍ୱ ନେଲେ ଘଟଗାଁର ପୂର୍ବତନ ତସିଲଦାର ପ୍ରମୋଦ ପୃଷ୍ଟି । କୋରାପୁଟ ଏଡିଏମ୍‍ ସୁଜାତା ମିଶ୍ରଙ୍କୁ କୋରାପୁଟ ଅତିରିକ୍ତ ଲ୍ୟାଣ୍ଡ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here