ବେସାହାରା ହୋଇପଡିଛନ୍ତି ରାୟଗଡା ସଦର ବ୍ଲକର ଲାଡ୍ଡା ଗ୍ରାମବାସୀ. ଗତ ଚାଳିଶ ବର୍ଷ ଧରି ଲାଡ୍ଡା ରେଳବାଇ କଲୋନାରେ ରହି ଆସୁଥିବା 15ଟି ପରିବାରକୁ ରେଳବାଇ ପକ୍ଷରୁ ବାହାର କରିଦିଆଯିବା ପରେ ସେମାନେ ରାସ୍ତାକଡରେ ଆଶ୍ରୟ ନେଇଛନ୍ତି. ମୁଣ୍ଡ ଗୁଞ୍ଜିବା ପାଇଁ ରାସ୍ତାକଡ ଜଙ୍ଗଲ ଜମିରେ ତିଆରି କରୁଛନ୍ତି ଘର. ପିଲାଛୁଆଙ୍କୁ ନେଇ ରାସ୍ତାକଡରେ ଆଶ୍ରୟ ନେଇଥିବା ଏହି ପରିବାର ନିଜର ମୌଳିକ ସୁବିଧା ପାଇଁ କସରତ କରୁଛନ୍ତି. ବିପଦସଙ୍କୁଳ ରାଜପଥ ଓ ଟ୍ରେନ ଲାଇନ ପାର ହୋଇ ପିଇବା ପାଣି ସଂଗ୍ରହ କରୁଛନ୍ତି. ଏ ସଂପର୍କରେ ଆମେ ରାୟଗଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବେସାହାରା ପରିବାରକୁ ବସୁନ୍ଧରା ଯୋଜନାରେ ସେମାନଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ତହସିଲଦାର.

LEAVE A REPLY

Please enter your comment!
Please enter your name here