ଅପହରଣର ନାଟକ ରଚନା କରି ପ୍ରେମିକା ସହ ଫେରାର ହୋଇଯାଇଥିବା ଡେଲିଭରୀ ବୟ ଚିକୁନକୁ ଜେରା କରୁଛି ଧଉଳି ଥାନା ପୋଲିସ । ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ପ୍ରେମିକା ସହ ଧରା ପଡିବା ପରେ ଧଉଳି ଥାନାର ଏକ ଟିମ୍ ସେମାନଙ୍କୁ ଭୁବନେଶ୍ବର ଫେରାଇ ଆଣିବା ପରେ ତଦନ୍ତ କରୁଛି । ଅପହରଣର ଭ୍ରମ ସୃଷ୍ଟି କରିଥିବା ଅଭିଯୋଗରେ ପୋଲିସ ଚିକୁନକୁ ଗିରଫ କରିଛି । ସେପଟେ ଚିକୁନର ମା ଓ ସ୍ତ୍ରୀ ତାକୁ ଘରକୁ ଫେରାଇ ନେବା ପାଇଁ ଅପେକ୍ଷା କରି ରହିଛନ୍ତି ।

ମିଛ ଅପହରଣର ନାଟକ ରଚନା କରି ସ୍ତ୍ରୀ ପାଖକୁ ଭଏସ ମେସେଜ ପଠାଇଥିଲା ଡେଲିଭରୀ ବୟ ଚିକୁନ । ତାକୁ କିଛି ଯୁବକ ଅପହରଣ କରି ଏକ ଡାଲା ଅଟୋରେ ନେଇ ଯାଉଛନ୍ତି ଏବଂ ତାକୁ ଛୁରୀ ଭୂଷି ଦେଇଛନ୍ତି ବୋଲି ମେସେଜ ପଠାଇଥିଲା ଚିକୁନ । ଧଉଳି ଲିଙ୍ଗିପୁର ପାଖରୁ ତାକୁ ଅପହରଣ କରାଯାଇଥିବା ଏବଂ ତୁରନ୍ତ ତାକୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ପାଖକୁ ମେସେଜ କରିଥିଲା । ଚିକୁନର ସ୍ତ୍ରୀ ଓ ଘର ଲୋକେ ଖୋଜାଖୋଜି କରିବା ସହ ପୋଲିସକୁ ଖବର ଦେଇଥିଲେ । ମାତ୍ର ତଦନ୍ତରୁ ପୋଲିସ ଚିକୁନର ମିଛ ନାଟକ କଥା ଜାଣିବା ପରେ ରେଳବାଇ ପୋଲିସ ସହାୟତାରେ ମଧ୍ୟପ୍ରଦେଶରୁ ଧରିଥିଲା । ତେବେ ପୋଲିସ ଚିକୁନ ନାଁରେ ସ୍ତ୍ରୀକୁ ଧୋକ୍କା ଦେଇଥିବା, ମିଛ ଅପହରଣ ନାଟକ ରଚିଥିବା, ଯୁବତୀକୁ ଅପହରଣ କରିଥିବା ଭଳି ଅଭିଯୋଗ ଆଧାରରେ ଦଫା ଲଗାଇ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here