ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ଆସନ୍ତା 18 ତାରିଖରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ଲଘୁଚାପ ମଧ୍ୟରେ ସୀମିତ ରହିବ ଏବଂ ଏହାର ପ୍ରଭାବରେ ଉତ୍ତର ଓଡିଶାରେ 18 ତାରିଖରେ ହାଲକାରୁ ମଦ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 19 ଓ 20 ତାରିଖରେ ପ୍ରବଳ ବର୍ଷା ହେବ । ବିଶେଷକରି ବାଲେଶ୍ବର, ମୟୁରଭଞ୍ଚ, ଭଦ୍ରକ, ଯାଜପୁର, କେନ୍ଦୁଝର, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here