ମାଲକାନଗିରି ଜିଲ୍ଲାର ଖଇରାପୁଟ ବ୍ଲକର କଦମଗୁଡା ଗାଁରେ ଜଣେ 17 ବର୍ଷର ନାବାଳକକୁ ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି. ତେବେ ମୃତକ ଜଣକ କଦମଗୁଡା ଗ୍ରାମର ଶିକ୍ଷକ ବୁଦ୍ଧଦେବ ଖିଲଙ୍କ ପୁଅ ପବିତ୍ର ଖିଲ ବୋଲି ଜଣାପଡିଛି. ଏ ନେଇ ପରିବାର ଲୋକେ ମୁଦୁଲିପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିଛି ଓ ବ୍ୟବଚ୍ଛେଦ ପାଇଁ ପଠାଇଛି. ତେବେ ଏଭଳି ଘଟଣା ପଛରେ ପ୍ରେମ ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି. ସୂଚନା ଅନୁସାରେ, କଦମଗୁଡାର ଏକ ଯୁବତୀଙ୍କ ସହ ଉକ୍ତ ଯୁବକଙ୍କର ପ୍ରେମ ସଂପର୍କ ଥିବା କହିଛନ୍ତି ପରିବାର ଲୋକେ. ବର୍ତ୍ତମାନ ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here