ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ | ରାଜ୍ୟର ସବୁ ସହରଠୁ ଆରମ୍ଭ କରି ଗାଁରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯିବ | ସମସ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ ଉପରେ ବ୍ୟାନ ଲଗାଇବେ ରାଜ୍ୟ ସରକାର | ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ | ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ନିୟମ କାର୍ଯ୍ୟକାରୀ ହେବ | ତେବେ ଗତ ବର୍ଷ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ସହରରେ ଏହି କଟକଣା ଲାଗୁ କରାଯାଇଥିଲା | ଆଉ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଉପରେ ଜରିମାନା ମଧ୍ୟ ଲଗାଇବାକୁ ସରକାର ନିୟମ କରିଥିଲେ । ମାତ୍ର ସରକାରଙ୍କ ଏହି ନିୟମକୁ ସମସ୍ତ ଫୁ କରି ପୂର୍ବପରି ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କରିଥିଲେ । ତେବେ ସରକାର ପୁଣି ଥରେ ଚଳିତ ବର୍ଷ ପ୍ଲାଷ୍ଟିକ ଉପରେ କଟକଣା ଲଗାଇବା ନେଇ ଯୋଜନା କରୁଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି | କେନ୍ଦ୍ରରେ ମୋଦି ସରକାର ସ୍ୱାଧୀନତା ଦିବସ ଅବସରରେ ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଥିଲେ |

LEAVE A REPLY

Please enter your comment!
Please enter your name here