ଫନିର ଭୟଙ୍କର ତାଣ୍ଡବରେ ସବୁଠୁ ବେଶି କ୍ଷତି ହୋଇଛି ପାନ ବରଜ । ଲକ୍ଷଲକ୍ଷ ସଂଖ୍ୟାରେ ପାନ ବରଜକୁ ମାଟିରେ ମିଶାଇ ହଜାର ହଜାର ଚାଷୀଙ୍କୁ ପୁରା ଘାଇଲା କରିଛି ଫନି । ସବୁ ଉପକୁଳବର୍ତ୍ତି ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇପଡିଛି । ଏ ଦୃଶ୍ୟ ଗୋପ ବ୍ଲକର ନାଗପୁର ପଞ୍ଚାୟତର ଦୃଶ୍ୟ । ଏଠାକାର ଏକାଧିକ ଲୋକଙ୍କ ମୁଖ୍ୟ ରୋଜଗାର ପାନ ଚାଷ । ହେଲେ ଫନିର କରାଳ ରୂପ ସେମାନଙ୍କ ମୂଖ୍ୟ ବେଉସାକୁ ଧୂଳିସାତ କରିଥିବାରୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପାନ ଚାଷୀ । ଖରାଦିନେ ପାଣି କିଣି ଲହୁ ଲୁହ ଏକାଠି କରି ପାନ ବରଜ ଠିଆ କରିଥିଲା ଚାଷୀ । ପାନରୁ ଦୁଇ ପଇସା ରୋଜଗାର କରିବ ଏବଂ ସେଥିରେ ତାର ପରିବାର ଚଳାଇବ ।  ହେଲେ ପାନ ବରଜ ସଳଖ ହେବା ପୂର୍ବରୁ ସମୂଳେ ଚାଟି ଦେଇଛି ବାତ୍ୟା । ଖାଲି ପାନ ବରଜ ନୁହେଁ କଦଳୀ ଓ ନଡିଆ ଫସଲ କଥା ତ ନକହିବା ଭଲ । ଫନିକୁ ସାମ୍ନା କରି ନପାରି ନତମସ୍ତକ ହୋଇଛନ୍ତି ଲକ୍ଷଲକ୍ଷ ଫଳନ୍ତି ଗଛ । ବାତ୍ୟା ଘଟାଇଥିବା ଅପୂରଣୀୟ କ୍ଷତିକୁ ନେଇ ଏବେ ଚାଷୀ ପୂରା ହତାସ । ଏବେ ସରକାରୀ ସହାୟତା ଏମାନଙ୍କ ପାଇଁ ଜରୁରୀ ହୋଇପଡିଛି । ସରକାର ସହାୟତାର ହାତ ବଢାଇଲେ ସେମାନେ ପୁଣିଥରେ ସେମାନଙ୍କର ସ୍ୱାଭାବିକ ଅବସ୍ଥାକୁ ଫେରି ପାରିବେ ବୋଲି କହିଛନ୍ତି । ସାମୁଦ୍ରିକ ଝଡର ତାଣ୍ଡବକୁ ୨୦ଦିନ ବିତିଯାଇଥିଲେ ମଧ୍ୟ କୌଣସି ସରାକରୀ ଅଧିକାରୀ ଏହାର ତଦନ୍ତ ପାଇଁ ଏମାନଙ୍କ ନିକଟରେ ପହଁଞ୍ଚିନଥିବା ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here