ସମଲିଙ୍ଗୀ ସମ୍ପର୍କକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ଦୌଡରାଣୀ ଦୂତୀ । ନିଜ ସମଲିଙ୍ଗୀ ସମ୍ପର୍କର ଖୁଲାସା କରିବା ସହ ନିଜ ପରିବାର ଲୋକଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଦୂତୀଙ୍କ ସମ୍ପର୍କକୁ ବଦନାମ କରାଯାଉଛି ବୋଲି ଗଣମାଧ୍ୟମକୁ ଦୋଷ ଦେଇଛନ୍ତି ଦୂତୀ । ପରିବାରରେ ଏତେ ଲୋକ ଅଛନ୍ତି କେବଳ ମା ଓ ଭଉଣୀ କଣ ପାଇଁ ଏ ସମ୍ପର୍କରେ ଅଭିଯୋଗ ଆଣୁଛନ୍ତି ବୋଲି ଦୂତି ପ୍ରଶ୍ନ କରିଛନ୍ତି । ତାଙ୍କ ବଡ଼ ଭଉଣୀଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା । ଦୂତିଙ୍କ ବଡ଼ ଭଉଣୀ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ପରିବାର ପାଇଁ ଗୋଟିଏ ଝିଅ ଭାବରେ ଦୂତି ତାଙ୍କ କର୍ତ୍ତବ୍ୟ ସମ୍ପୂର୍ଣ୍ଣ କରିଛନ୍ତି ।

ସେ କହିଛନ୍ତି କି, ବାପା ମାଙ୍କ ପାଇଁ ଗାଁରେ ତିନି ମହଲା କୋଠା କରିବା ସହ ଭଉଣୀକୁ ଉଚ୍ଚ ଶିଖିତ କରେଇବା ପାଇଁ ଭୁବନେଶ୍ୱରରେ ନାମିଦାମୀ କଲେଜରେ ନାମ ଲେଖାଇଛନ୍ତି । କେବଳ ସେତିକି ନୁହେଁ ସେ ନିଜ ଭଉଣୀଙ୍କୁ ଗାଡ଼ି ମଧ୍ୟ ଉପହାର ଦେଇଛନ୍ତି । ଦୂତି ଯେଉଁ ଝିଅକୁ ବିବାହ କରିବେ ତାଙ୍କ ନାଁ ଓ ଫଟୋ ସହ ଦୂତିଙ୍କୁ ବଦନାମ କରାଯାଇଥିବାରୁ ସେହି ଲୋକଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ସୁଚନାଅନୁସାରେ, ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତିଙ୍କ ମା କହିଥିଲେ କି, ତାଙ୍କ ଝିଅ ପରିବାରର କୌଣସି ଦାୟିତ୍ୱ ନେଉ ନାହାଁନ୍ତି ଏବଂ ଘରକୁ କିଛି ବି ପଇସାପତ୍ର ଦେଉ ନାହାଁନ୍ତି । ଏଭଳି କି ତାଙ୍କ ମା ଫୋନ କରିଥିବା ସମୟରେ ଦୂତୀ ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି ମଧ୍ୟ କହିଥିଲେ ।

LEAVE A REPLY

Please enter your comment!
Please enter your name here