ବିବାହ କରିଛନ୍ତି ଦୁଇ ସମଲିଙ୍ଗୀ ଝିଅ. ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବା ରାୟ ଅନୁସାରେ, ଆଇପିସି ଧାରା 377 ଅନୁଯାୟୀ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କିଛି ମାସ ପୂର୍ବେ କୋର୍ଟ ରାୟ ଦେଇଥିଲେ. ସେହି ଧାରାକୁ ଆଧାର କରି ଶନିବାର ଦୁଇ ଝିଅ ବିବାହ କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ମହାକାଳପଡା ବ୍ଲକ ତଣ୍ଟିଆପାଲି ଗାଁର ସାବିତ୍ରୀ ପରିଡା (27) ଓ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗାଁର ମୋନାଲିସା ନାୟକ (28), ନୋଟାରୀ ଆଶୁତୋଷ ମହାନ୍ତିଙ୍କ ଉପସ୍ଥିତିରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି. ଦୁହେଁ ଦୁହିଁଙ୍କ ସହ ସାରାଜୀବନ ରହିବେ ବୋଲି ସତ୍ୟପାଠ ମଧ୍ୟ କରିଛନ୍ତି. ତେବେ କିଛି ବର୍ଷ ପୂର୍ବରୁ ସେ ଦୁହେଁ କଟକରେ ରହୁଥିଲେ ଏବଂ ସେହି ସମୟରୁ ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଥିଲେ. ଘରେ ସେମାନଙ୍କର ଅନ୍ୟଆଡେ ବାହାଘର କରିବା ପାଇଁ ଚାପ ପକାଉଥିଲେ. ମାତ୍ର କୋର୍ଟଙ୍କ ରାୟ ପରେ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି. ବର୍ତ୍ତମାନ ଦୁଇଜଣ ଏକ ଘରୋଇ ସଂସ୍ଥାରେ କାମ ମଧ୍ୟ କରୁଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here