ଲୋକପ୍ରିୟ ବିଉଟି କଣ୍ଟେଷ୍ଟ ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆର ଭୁବନେଶ୍ୱର ଅଡିଶନ ଶନିବାର ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ବିଗ୍‌ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଓଡିଶାରୁ ଶ୍ରେଷ୍ଠ ୩ ପ୍ରତିଯୋଗୀଭାବେ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ମନୋନୀତ ହୋଇଛନ୍ତି। ଏପ୍ରିଲ ୨୩ରେ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଏମାନେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ। ଏହି ୩ ସୁନ୍ଦରୀ ଚଳିତବର୍ଷ ମିସ୍‌ ଇଣ୍ଡିଆ ଟାଇଟଲ୍‌ର ବିଜୟିନୀ ହେବାକୁ ଆଶାବାଦୀ ଥିବା କହିଛନ୍ତି। ଭୁବନେଶ୍ୱର ଅଡିଶନ୍‌ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଜେବି କଲେଜରେ ସାମ୍ବାଦିକତା ପଢିବା ସହ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ତମନ୍ନା, ବମ୍ବେରେ ସଫ୍ଟଓ୍ବେର୍‌ ଇଞ୍ଜିନିୟରଭାବେ କାର୍ଯ୍ୟରତ ଶୀତଲ ଏବଂ କିଟ୍‌ରୁ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ଏଚ୍‌ଆର୍‌ ଭାବେ କାର୍ଯ୍ୟରତ ଅରୂପା ଏଥର ଗୋଲ୍ଡେନ୍‌ ଟିକେଟ ହାସଲ କରି ଜାତୀୟସ୍ତରରେ ଓଡିଶାରୁ ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here