ବିଶ୍ୱର ସର୍ବବୃହତ୍ତ ବିମାନ ଆଜି ପରୀକ୍ଷାମୂଳକ ଭାବରେ ଉଡାଣ କରିଛି । ଆମେରିକାର କାର୍ଲିଫଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜଭେ ମରୁଭୂମି ଉପରେ ଉଡିଥିଲା । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡାଣ କରିଥିଲା । ଉଡାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର ଛୁଇଁଥିଲା । ବିମାନଟି ପ୍ରାୟ ୧୭ ହଜାର ଫୁଟ ଉଚ୍ଚତାରେ ମଧ୍ୟ ଉଡାଣ କରିଥିଲା । ‘ସ୍କେଲ୍‌ଡ୍‌ କମ୍ପୋଜାଇଟ୍‌’ ନାମକ ଏକ କମ୍ପାନୀ ଦ୍ୱାରା ଏହି ବିମାନ ତିଆରି କରାଯାଇଛି। ଏହାର ଲମ୍ବ ୨୩୮ ଫୁଟ୍‌। ବିମାନରେ ଲାଗିଥିବା ଡେଣାର ଲମ୍ବ ୩୮୫ ଫୁଟ୍ (ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ବଡ଼)। ଏଥିରେ ୬ଟି ବୋଇଂ ୭୪୭ ଇଞ୍ଜିନ୍‌ ଲାଗିଛି।

LEAVE A REPLY

Please enter your comment!
Please enter your name here