ଆଜି ପୁରୀରେ ଆୟୋଜିତ ହୋଇଛି ବଡଦାଣ୍ଡ ସେବା । ପୁରୀ ସହର ଏବଂ ପବିତ୍ର ବଡ ଦାଣ୍ଡକୁ ସଫା ରଖିବା ପାଇଁ ସ୍ୱେଚ୍ଛାକୃତ ଭାବରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପୁରୀବାସୀ ଏବଂ ସ୍ୱେଚ୍ଛାସେବୀ । ପ୍ରତି ଶନିବାର ସକାଳ ୬ଟା୩୦ରୁ ୮.୩୦ ପର୍ଯ୍ୟନ୍ତ ଜାରି ରହିବ ଏହି କାର୍ଯ୍ୟକ୍ରମ । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ, ମରିଚିକୋଟରୁ ମାର୍କେଟ ଛକ , ମାର୍କେଟ ଛକରୁ ଡାକ୍ତର ଖାନା ଛକ , ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୫ଟି ସ୍ଥାନରେ ଏହି ଅଭିଯାନ କରାଯାଉଛି । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ହୋଟେଲ, ବସ୍ , ଟ୍ରକ, ଅଟୋ ବ୍ୟବସାୟୀ ସଂଘ , ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଛନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

LEAVE A REPLY

Please enter your comment!
Please enter your name here