ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣୀ । ସେଇ ଭାଇ ଆଜି ଭଉଣୀ ସିନ୍ଦୁର ପୋଛିଦେଇଛି, ଭଉଣୀର ସଂସାରକୁ ଚୁରମାର କରିଦେଇଛି ଭିଣୋଇକୁ ମାରି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି ଶଳା । ମଧ୍ୟପ୍ରଦେଶ ଜବଲପୁରରୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ତେବେ କାହିଁକି ଭିଣୋଇକୁ ହତ୍ୟା କଲା ଶଳା । ସୂଚନା ଅନୁସାରେ, ଜବଲପୁରର ତିଲୁୱାରା ଅଞ୍ଚଳରେ ଗୁରୁବାର ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ଯେତେବେଳେ ଖୋଦ୍ ଅଭିଯୁକ୍ତ ଯୁବକ ବ୍ୟାଗରେ କଟା ମୁଣ୍ଡ ଧରି ଥାନାରେ ପହଁଞ୍ଚିଥିଲା । ଆତ୍ମସମର୍ପଣ କରିବା ସହ ହତ୍ୟାକାଣ୍ଡ ବାବଦରେ ପୁରା ସୁଚନା ପୋଲିସକୁ ଦେଇଥିଲା । ଏହା ପଛର କାରଣ ମଧ୍ୟ କହିଥିଲା । ଅଭିଯୁକ୍ତଠାରୁ ସୂଚନା ପାଇବା ପରେ ରାମନଗରା ଅଞ୍ଚଳରୁ ଏକ ମୁଣ୍ଡ ବିିହୀନ ଶବ ଉଦ୍ଧାର କରିଥିଲା ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାବେଳେ କଟୁରୀରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଥିଲା । ମୃତ ଦେହକୁ ଉଦ୍ଧାର ପରେ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଅଭିଯୁକ୍ତ ଧିରଜ୍ ଶୁକ୍ଳାକୁ ଗିରଫ କରିଛି ପୋଲିସ ।
ମୃତ ଯୁବକ ବ୍ରଜେଶ ଓ ଅଭିଯୁକ୍ତ ଭାଇ ଧିରଜ୍ ଭଲ ସାଙ୍ଗ ଥିଲେ । ଉଭୟ ମିଶିକି ବ୍ୟବସାୟ କରୁଥିଲେ । କିନ୍ତୁ କିଛିମାସ ପୂର୍ବରୁ ଧିରଜଙ୍କ ଭଉଣୀକୁ ନେଇ ଫେରାର ହୋଇ ବିବାହ କରିଥିଲା ବ୍ରଜେଶ । ତେବେ ନିଜ ଭଲ ସାଙ୍ଗ ଏଭଳି କିଛି କରିବ ଏକଥା କେବେ ସ୍ୱପ୍ନରେ ଭାବିନଥିଲେ ଧିରଜ୍ । ଯେଉଁଥିପାଇଁ ବ୍ରଜେଶଠୁ ପ୍ରତିଶୋଧ ନେଇଥିଲା ଧିରଜ୍ ।
ଧିରଜ୍‌ଙ୍କ ପରିବାର ପକ୍ଷରୁ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏଫଆଇଆର ଦାୟର କରିଥିଲେ । ଆଉ ପୋଲିସ ଉଭୟଙ୍କୁ ଫେବ୍ରୁଆରୀ ମାସରେ ଖୋଜି ବାହାର କରିଥିଲା । କିନ୍ତୁ ଧିରଜଙ୍କ ଭଉଣୀ ପୁଣିଥରେ ଘରକୁ ଫେରିବାକୁ ଚାହୁଁନଥିଲେ । ବଂର ଗାଁକୁ ନଆସି ଭଡା ଘରେ ରହୁଥିଲେ । ତେବେ ଗୁରୁବାର ଦିନ ବ୍ରଜେଶ କୌଣସି କାରଣରୁ ଗାଁକୁ ଆସିଥିବାବେଳେ ଧିରଜ ତାଙ୍କୁ ହତ୍ୟା କରିଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ରଜେଶଙ୍କ ହତ୍ୟାର କିଛି ସମୟ ପରେ ପତ୍ନୀ ତଥା ଧିରଜଙ୍କ ଭଉଣୀ ପୂଜାର ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଥିଲା ପୋଲିସ । ତେବେ ପୂଜା ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here