ପବିତ୍ର ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ଚାଲିଛି ସ୍ୱତନ୍ତ୍ର ବଡଓଷା ପୂଜା । ମନ୍ତ୍ରପାଠରେ ପଡୁଛି ଉଠୁଛି ଧବଳେଶ୍ୱର ପୀଠ । ହେଲେ ପୀଠରେ ନାହାଁନ୍ତି ଭକ୍ତ । ଭଗବାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ । ଝୁଲାପୋଲକୁ ବନ୍ଦ କରାଯିବାରୁ ଭକ୍ତଙ୍କୁ ମନ୍ଦିର ଆସିବାକୁ ବାରଣ କରାଯାଇଛି । ଲାଗିଛି ୧୪୪ ଧାରା । ଏଲଇଡି ସ୍କ୍ରିନରେ ପୀଠରୁ ଲାଇଭ ଦର୍ଶନ କରିବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଗଜଭୋଗ ମଧ୍ୟ ବାହାରେ ପାଇପାରିବେ ଭକ୍ତ ।

LEAVE A REPLY

Please enter your comment!
Please enter your name here