କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରୁ ଜବତ ହୋଇଛି ବ୍ରାଉନ ସୁଗାର. ଅବକାରୀ ବିଭାଗ ତରଫରୁ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଏହି କାରବାର ବନ୍ଦ ହେବାର ନା ନେଉନାହିଁ. ବିଶେଷ ଭାବରେ ଯୁବପିଢୀ ଏହାର ଶିକାର ହେଉଛନ୍ତି. ଇଞ୍ଜିନିୟରିଂ ଛାତ୍ରମାନେ ବହୁଳ ଭାବରେ ଏହି କାରବାର କରୁଥିବା ଦେଖିବାକୁ ମିଳିଛି. ବୁଧବାର ସାଲିଆ ସାହିରୁ ଜଣେ ବି.ଟେକ୍ ଛାତ୍ର ପ୍ରିତିଶ୍ ପଟ୍ଟନାଏକଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ. ଛାତ୍ର ଜଣକ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିବା ବେଳେ ଏହି କାରବାରରେ ସଂପୃକ୍ତ ଥିଲେ. ତାଙ୍କ ନିକଟରୁ 83 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି. ଯାହାର ମୂଲ୍ୟ ପ୍ରାୟ 8 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି. ଏହାଛଡା ତାଙ୍କ ପାଖରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି.

LEAVE A REPLY

Please enter your comment!
Please enter your name here