ପୁଣି ବଢିଲା ଓମଫେଡ କ୍ଷୀର ଦର । ପ୍ୟାକେଟ ପିଛା ୨ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ଫକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର । ଗୋଖାଦ୍ୟ, ଚାରା ଔଷଧ, , ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ୫୦୦ ଏମଏଲ ପ୍ରିମିୟମ କ୍ଷୀର ଏବଂ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here