ରାତି ପାହିଲେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । କିନ୍ତୁ ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ବଢିଛି ଅଡୁଆ । ପରୀକ୍ଷା ଦେବା ପୂର୍ବରୁ ବନ୍ଧା ହୋଇଛନ୍ତି ମହାରଥୀ । ଫ୍ଲାଇଂସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ପ୍ରଦୀପ ମହାରଥୀଙ୍କର ସମର୍ଥକ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରିଛି ପିପିଲି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସକୁ ଯାଞ୍ଚ କରିବାକୁ ଯାଇଥିବାବେଳେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଏଥିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ଓ ଏସଏସଟିର ମୁଖ୍ୟ ବିଜୟ କୁମାର କରଙ୍କ ସହିତ ପିପିଲି ଥାନା ଏଏସଆଇ ବିନୟ କୁମାର ଦାସ, କ୍ୟାମେରାମାନ ଦୀପକ ପ୍ରଧାନ ଆହତ ହୋଇଥିଲେ । ଆହତଙ୍କୁ ପିପିଲି ଡାକ୍ତରଖାନାରେ ଚିକିସôା କରାଯାଇଥିବାବେଳେ ଗୁରୁତର ଅବସ୍ତାରେ ରବୀନାରାୟଣ ପାତ୍ରଙ୍କୁ ଚିକିସôା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେପଟେ ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ମହାରଥୀ । ବର୍ଷା ପବନ ଯୋଗୁଁ ଅଞ୍ଚଳ ଅନ୍ଧକାର ଥିଲା । ସ୍ପେଶାଲ ସ୍କ୍ୱାର୍ଡ ରାତି ୧୨ଟାରେ ଫାର୍ମ ଗେଟ ତାଲା ଭାଙ୍ଗି ପସିଥିଲେ । ଏଥିପାଇଁ ଲୋକଙ୍କ ସହ ବଚସା ଏବଂ ଠେଲାପେଲା ହୋଇଥିଲା । ଏଭଳି ଘଟଣାରେ ସେ ଦୁଖିତ । ତେବେ ଏହି ଘଟଣାରେ ତାଙ୍କର କି ବିଜେଡିର ସମ୍ପୃକ୍ତି ନାହିଁ ବୋଲି ମହାରଥୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here