କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାର ଅଚଳାବସ୍ଥା ନେଲା ଜଣେ ନାବାଳିକା ଛାତ୍ରୀର ଜୀବନ | ଡାକ୍ତରଖାନାରେ ଡ଼ାକ୍ତରୀସେବା ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ରୂପେ ଵ୍ୟପଯ୍ୟସ୍ତ ହୋଇପଡିଛି | ଯେଉଁଥି ପାଇଁ ଏକ ନିରିହା ଛାତ୍ରୀର ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି | ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ନିରୀହ ଛାତ୍ରୀର ଜୀବନ ଯିବା ନେଇ ଦାୟୀ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଘଟଣା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ସରକାରୀ ଉଚ୍ଚବିଦ୍ୟାଳୟ ସେବାଶ୍ରମରେ ଛାତ୍ରୀମୃତ୍ୟୁ ଭଳି ଅଘଟଣ ସାମ୍ନାଜୁ ଆସିଛି । ଏହି ସେବାଶ୍ରମର ଅନ୍ତେବାସିନୀ ନବମଶ୍ରେଣୀ ଛାତ୍ରୀ ସିନଗା ସୟଙ୍କ ହୋଇଛି ଶୋଚନୀୟ ମୃତ୍ୟୁ । କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ବନ୍ଦ ଥିବା ହେତୁ ପ୍ରାଥମିକ ଚିକିତ୍ସା ପାଇଁ ସେଠାରୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ନିଆଯାଇଥିଲା । ପରେ ସେଠାରୁ କଟକ ବଡ଼ ଡ଼ାକ୍ତରଖାନା ରେଫର କରିଥିଲେ ଡାକ୍ତର ।ମାତ୍ର ନେବା ବାଟରେ ଛାତ୍ରୀଙ୍କ ମୃତ୍ୟୁ ହଇଥିଲା । ସେପଟେ ଶୋକସନ୍ତପ୍ତ ପରିବାର ଛାତ୍ରୀର ମୃତଦେହକୁ ସ୍କୁଲ ସମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଅନ୍ୟ ଅଭିଭାବକମାନେ ସହଯୋଗ କରିବା ସହିତ ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ହଇଥିବା ଭଳି ଗୁରୁତର ତଥା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେହିଭଳି ଛାତ୍ରୀ ଜଣକ ରୋଗରେ ପୀଡିତ ଥିବା ବେଳେ ଅଭିଭାବକଙ୍କୁ ମଧ୍ୟ ବହୁ ବିଳମ୍ବରେ ଜଣାଇଥିବା ହେତୁ ସ୍କୁଲ ଅଧ୍ୟକ୍ଷକଙ୍କୁ ବହିଷ୍କାର ଦାବି କରିଛନ୍ତି । ସେହିପରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଯଦି ଚିକିତ୍ସା ଠିକ ଭାବେ ମିଳିଥାନ୍ତା ତାହା ହେଲେ ଏକ ନିରୀହ ନିଷ୍ପାପ ନାବାଳିକା ଛାତ୍ରୀର ଜୀବନ ବଞ୍ଚି ଯାଇପାରିଥାନ୍ତା ବୋଲି ସାଧାରଣ ଆଲୋଚନା ହେଉଛି । ତେବେ ଗତ ୩ ଦିନ ହେବ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ ହୋଇ ପଡିଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଭଳି ଲଜ୍ୟାଜନକ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଏସବୁ ଘଟଣାକୁ ନେଇ ଅଭିଭାବକ ମାନେ ଉତକ୍ଷିପ୍ତ ହୋଇ ସ୍କୁଲରେ ଥିବା ଚିନ୍ତାମଣି ମହାନ୍ତ ନାମକ ଜୈନେକ ହିନ୍ଦୀ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ମାରି ଗୁରୁତର ଆହତ କରିଥିବା ବେଳେ ଅନ୍ୟଜଣେ ହଷ୍ଟେଲ ପରିଚାରିକାଙ୍କୁ ମଧ୍ୟ ମାଡ଼ମାରି ଆହତ କରିଛନ୍ତି ଉତ୍ତେଜିତ ଅଭିଭାବକମାନେ । ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବା ଖବରପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଅଭିଭାବକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ସେହିପରି ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଅଧିକାରୀ ଏବଂ କରଞ୍ଜିଆ ତହସିଲଦାର ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାଜୁ ମିଳିଛି । ଅଭିଭାବକମାନେ କରିଥିବା ଦାବି ସହିତ ମୃତ୍ୟୁକ ପରିବାରକୁ ଉଚିତ କ୍ଷତିପୂରଣ ପରେ ହିଁ ଶବସତ୍କାର କରିବା ପାଇଁ କହି ନିଜ ଜିଦରେ ଅଟଳ ଥୁବା ଦେଖିବା ପାଇଁ ମିଳିଛି । ଏତେ ଏହି ଘଟଣା ଏବେ କି ପ୍ରକାରର ମୋଡ ନଉଛି, ତାହା ଦେଖିବା ପାଇଁ ବାକି ରହିଲା ।
ମୟୁରଭଞ୍ଜ ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here