କଟକ ଶକ୍ତି ନଗର ବିକାଶ ପରିଷଦ ପକ୍ଷରୁ ସହରର ପାଞ୍ଚଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀ ଗୋପବନ୍ଧୁ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ନାଗରିକ ଡା. ଲକ୍ଷ୍ମୀଧର ମହାନ୍ତି, ଶ୍ରୀ ଲକ୍ଷ୍ମୀଧର ଖଟୁଆ, ଶ୍ରୀ ଅଭିମନୁ୍ୟ ଦାଶ, ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟ ଓ ଶ୍ରୀ ନବକିଶୋର ରାଜଙ୍କୁ ସମାଜିକ କ୍ଷେତ୍ରରେ ଅବଦାନ ପାଇଁ ଜଷ୍ଟିସ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠମାନଙ୍କ ଅଭିଜ୍ଞତା ଓ ଅନୁଭୂତି ଯୁବ ସମାଜକୁ ମାର୍ଗ ଦର୍ଶନ କରାଇବା ସହ ସୁସ୍ଥ ସମାଜ ଗଠନ ଦିଗରେ ସାହାଯ୍ୟ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here