ଦୀପାବଳୀ ପାଇଁ ସାରା ଦେଶ ଉତ୍ସବ ମୁଖର. ବିଭିନ୍ନ ସ୍ଥାନରେ ବାଣ ବଜାରରେ ଲୋକଙ୍କ ଭିଡ. କାଳେ କିଛି ଅଘଟଣ ଘଟିବ ସେଥିପାଇଁ ବହୁ ପୂର୍ବରୁ ସୁପ୍ରିମକୋର୍ଟ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି. ଅଧିକ ଶବ୍ଦ ପ୍ରଦୂଷଣକାରି ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ କଟକଣା ବି ଜାରି କରାଯାଇଛି. ବାଣ ଦୋକାନ ପାଇଁ ପ୍ରଶାସନ ଦେଉଥିବା ଲାଇସେନ୍ସ ଉପରେ ମଧ୍ୟ କଡା ନିୟମ ରହିଛି. କଟକ ଖାନ ନଗର ବାଣ ବଜାର ଉପରେ ନଜର ପକାନ୍ତୁ. ବାଣ ବ୍ୟବସାୟୀମାନେ ଲାଇସେନ୍ସ ପାଇ ଆବଶ୍ୟକ ମୁତାବକ ଅର୍ଥ ଜମା କରିଥିଲେ ବି ବାଣ ବଜାରରେ ସୁରକ୍ଷା ବ୍ୟବସ୍ଥା ନାହିଁ. ଅଗ୍ନିଶମ ବିଭାଗ ତରଫରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି.