ରାଗ ବ୍ରହ୍ମଚଣ୍ଡାଳ। ସ୍ୱାମୀ ସ୍ତ୍ରୀଙ୍କ କଳହରୁ ଚାଲିଗଲା ଦୁଇଟି ଜୀବନ। ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଖାଲପାଳ ଗାଁରେ। ଦିନ ପ୍ରାୟ ୧୧ଟା ବେଳେ ସୁଧାକର ବାଡିଆ ଓ ତାଙ୍କ ପତ୍ନୀ ସିଲି ବାଡିଆଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା। ଏହି ଝଗଡାର ପରିଣାମ ଥିଲା ଅତ୍ୟନ୍ତ ଭୟଙ୍କର। ସୁଧାକର କ୍ରୋଧରେ ଅନ୍ଧ ହୋଇ ସ୍ତ୍ରୀ ସିଲିଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ପରେ ସେ ନିଜେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here