ବାବୁସାନଙ୍କୁ ପାଖରେ ଦେଖି ଚିଣ୍ଟୁ ବହୁତ ଖୁସି । ଦେହରେ ଅତ୍ୟନ୍ତ ପିଡା ଅନୁଭବ କରୁଥିଲେ ବି ଚିଣ୍ଟୁର ମନ ବେଶ୍ ପ୍ରଫୁଲ୍ଲିତ । ଚିଣ୍ଟୁ କୁ ୧୪ ବର୍ଷ । ୧୧ କେଭି ବିଦ୍ୟୁତ୍ ଲାଗି ଚିଣ୍ଟୁ ତାର ଗୋଡ ହାତ ହରାଇଛି । ଅସହାୟ ଅବସ୍ଥାରେ ସେ ଏବେ ଏସସିବି ମେଡିକାଲରେ ଚିକିତ୍ସାଧୀନ । ବାବୁସାନଙ୍କୁ ଦେଖିବାକୁ ବହୁତ ଇଛା ହେଉଛି ବୋଲି ଚିଣ୍ଟୁ ତା ଭାଇକୁ କହିଥିଲା । ଭାଇ ଏହି ଖବରଟିକୁ ପେପରରେ ବାହାର କରିଥିଲେ । ଯାହାକୁ ପଢି ବାବୁସାନ ଏସସିବିରେ ପହଁଞ୍ଚିଥିଲେ । ଏବଂ ଚିଣ୍ଟୁଙ୍କ ସହ କଥା ହୋଇଥିଲେ । ଭଲ ହୁଅ ମୁଁ ତୁମ ଘରକୁ ଯିବିବୋଲି ବାବୁସାନ କହି ଫେରିଥିଲେ । କାମାକ୍ଷାନଗର ତାଙ୍କ ଘରର ଛାତ ଉପରେ ଚିଣ୍ଟୁ ଖେଳୁଥିବାବେଳେ ୧୧ କେଭି ସଂସ୍ପର୍ଶରେ ଆସି ତାଙ୍କର ଦୁଇ ଗୋଡ ଏବଂ ହାତ ହରାଇଥିଲେ । ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସେ ଠିକ୍ ହୋଇପାରିନଥିଲା । ଏବେ ସେ ଏସସିବିରେ ଭଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here