ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାର ତଦନ୍ତ କରୁ କରୁ ପୋଲିସକୁ ନୂଆ ତଥ୍ୟ ମିଳିଛି । ପାତ୍ରପଡା ସ୍ଥିତ ହୋଟେଲ ସାଉଥ ସିଟିର ବାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଧଡକ ଚାଲିଥିଲା ବାର୍ । କାରଣ ହୋଟେଲ ସାଉଥ ସିଟିର ମାଲିକାନା ନିଜ ଭାଇ ନାଁରେ ନେଇଥିଲେ ଜଣେ ପୋଲିସ କନଷ୍ଟେବଳ । ତେଣୁ ନୀତି ନିୟମକୁ ଫୁ କରି ରାତି ଅଧଯାଏଁ ଚାଲୁଥିଲା ବାର୍ । ଯେଉଁଠିକି ମନୀଷ ଅନୁରାଗ ଓ ତାଙ୍କ ସାଙ୍ଗମାନେ ଅଧରାତିରେ ପହଞ୍ଚିଥିଲେ ଏବଂ ପରେ ମନୀଷଙ୍କୁ ସାଙ୍ଗମାନେ ହତ୍ୟା କରିଥିଲେ । ତେବେ ବିନା ଲାଇସେନ୍ସରେ ବାର୍ ଚାଲୁଥିବା ଅଭିଯୋଗରେ ତମାଣ୍ଡୋ ଥାନା ଅଧିକାରୀଙ୍କୁ ହେଡକ୍ବାର୍ଟରକୁ ବଦଳି କରାଯାଇଥିବା ବେଳେ ନିଜ ଭାଇ ନାଁରେ ହୋଟେଲ ମାଲିକାନା ନେଇଥିବା କନଷ୍ଟେବଳ ପ୍ରସନ୍ନଙ୍କୁ ନିଲମ୍ବିତ କରାଯାଇଛି ।

ହୋଟେଲ ସାଉଥ ସିଟିରୁ ବିଡା ବିଡା ଟଙ୍କା ଜବତ କରାଯାଇଛି । ବାର୍ ଗାର୍ଲଙ୍କ ଉପରେ ଏହିସବୁ ଟଙ୍କା ଫିଙ୍ଗା ଯାଉଥିବା କୁହାଯାଉଛି । ତେବେ ଟଙ୍କାସବୁ ଅସଲି କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here