ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ କୋକେଇ ଶୋଭାଯାତ୍ରା ବାହାର କରାଯାଇଛି । ରାଜ୍ୟରେ ଆଇନ ବ୍ୟବସ୍ଥା ମରି ଯାଇଛି ବୋଲି ଅଭିଯୋଗ କରି ଏହି ବିଶାଳ ଶୋଭାଯାତ୍ରା କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରିଥିବା ଏହି ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଥିଲେ ହେଁ ଶିଶୁଭବନ ଛକ ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ମହିଳାଙ୍କ ବିଶାଳ ଶୋଭାଯାତ୍ରା ଶିଶୁଭବନ ଛକ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପୋଲିସ ସହ ସଂଘର୍ଷ । ବାରିକେଡ ଭାଙ୍ଗି ନବୀନ ନିବାସ ଆଡକୁ ଯିବା ପାଇଁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ । କିନ୍ତୁ ପୋଲିସ ବିକ୍ଷୋଭକାରୀଙ୍କୁ ଆଗକୁ ଯିବାକୁ ଦେଇ ନ ଥିଲା । ପୋଲିସ ବିକ୍ଷୋଭକାରୀଙ୍କୁ ଶିଶୁଭବନ ଛକରୁ ଗିରଫ କରିଥିଲା ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ସରକାର ପୋଲିସ ଲଗାଇ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କୁ ପୋଲିସ କର୍ମୀମାନେ ଖଣ୍ଡିଆଖାବରା କରିଦେବା ସହ ଶାଢୀ ଚିରି ଦେଇଛନ୍ତି । ଅପରାଧୀକୁ ଏ ସରକାର ସୁରକ୍ଷା ଦେଉଥିବା ବେଳେ ମହିଳାଙ୍କ ସମ୍ମାନ କଥା କହୁଥିବା ସରକାର ରାଜରାସ୍ତାରେ ମହିଳାଙ୍କ ଉପରେ ଆକ୍ରମଣ କରୁଛି ।

LEAVE A REPLY

Please enter your comment!
Please enter your name here