ବାଲେଶ୍ୱର ମେଡିକାଲରେ ଅଭାବନୀୟ ଘଟଣା । ଡାକ୍ତରଖାନାର ଡାଇରିଆ ଓାର୍ଡ ପାଖ ନଳାରେ ଦେଖିବାକୁ ମିଳିଥିଲା ନବଜାତ ଶିଶୁ । କେହି କପଡାରେ ଗୁଡାଇ ପିଙ୍ଗି ଦେଇଥିବା ଖବର ପ୍ରଘଟ ହେବାର କିଛି ସମୟ ପରେ ଶିଶୁଟି ନଳାରୁ କେଉଁଆଡେ ଉଭେଇ ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମେଡିକାଲ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ନଳକୁ ଶିଶୁଟି କେମିତି ଆସିଲା ଏବଂ କୁଆଡେ ଉଭାନ ହୋଇଗଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here