ବାଲେଶ୍ୱରରେ ମାତିଛନ୍ତି ଏଟିଏମ୍‌ ଲୁଟେରା । ଦିନକୁ ଦିନ ଏଟିଏମ ଲୁଟେରାଙ୍କ କାରନାମା ବଢିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ କରିଛନ୍ତି ଲୁଟେରା ।ଦୁର୍ବୃତ୍ତମାନେ ଏଟିଏମ୍‌ ତାଡ଼ି ନେଇଯାଇଛନ୍ତି । ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ । ସୂଚନା ପାଇବା ପରେ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here