ଏଣିକି ରାଜରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଳେଇଲେ ଧରିବ ପୋଲିସ । ସିଜ୍ ହେବ ଗାଡି । ଖବର ଦେବା ପାଇଁ ,କିମ୍ବା ଗାଡିର ଫଟୋ ଉଠାଇ ଛାଡିବା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କଲା କମିଶନରେଟ ପୋଲିସ । ଯେଉଁ ନମ୍ବର ହେଉଛି-୮୦ ୯୩୦ ୨୮୧୦୭ । ସାଧାରଣତଃ ଆପଣ ରାସ୍ତାରେ ଯାଉଥିବାବେଳେ ଆପଣଙ୍କ ପଛରେ କିମ୍ବା ଆଗରେ କିଛି ରୋଡ ରୋମିଓ ଗାଡିକୁ ଏମିତି ଭାବରେ ଚଳାନ୍ତି । ଆପଣ ବିରକ୍ତିଭାବ କରିଥାନ୍ତି ଅଥବା ଭୟଭୀତ ହୋଇଥାନ୍ତି । ତେବେ ଏବେ ସାବାଡ୍ ହେବେ ଏମିତି ବିକଟାଳ ଶଦ୍ଦ କରି ଗାଡି ଚଳାଉଥିବା ରୋଡ ରୋମିଓ । କମିଶନରେଟ ପୋଲିସ ଆଜି ୧୧ଟି ବାଇକକୁ ଜବତ କରିଛି । ଜବତ ଗାଡ଼ିକୁ କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ । ଏମିତି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, ଏହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

LEAVE A REPLY

Please enter your comment!
Please enter your name here