ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ କାର୍ଯ୍ୟାଳୟ ସମେତ ୫୯ଟି ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଶିବର ମାଧ୍ୟମରେ ୧୦ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଛି । ସେପଟେ ନିଳଗୀରି ନିର୍ବାଚନ ମଣ୍ଡଳୀର ନୀଳଗିରି ଏନଏସି କଲ୍ୟାଣ ମଣ୍ଡପରେ ବିଜେଡି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାଇପାସ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ନୀଳଗିରି ଉପକଣ୍ଠ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ଏନଏସି କଲ୍ୟାଣ ମଣ୍ଡପରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଫିତା କାଟି ଉଦଘାଟନ କରିଥିଲେ ସନ୍ତୋଷ ଖଟୁଆ । ଜନ୍ମଦିନ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଯୋଗଦାନ କରି କେକ୍ କାଟିଥିଲେ । ଏଥିରେ ପ୍ରମୁଖ ସ୍ଥାନୀୟ ନେତା ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here