ପୂର୍ବତଟ ରେଳବାଇକୁ ଭାଗ ଭାଗ କରିବା ପାଇଁ କେନ୍ଦ୍ରର ଷଡଯନ୍ତ୍ର. ପୂର୍ବତଟ ରେଳପଥକୁ ଭାଙ୍ଗି ଦକ୍ଷିଣ ପୂର୍ବ ରେଳପଥ ଗଠନ କରିବା ଏବଂ ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଟଣାକୁ ଉଠାଇନେବା ପାଇଁ କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି. ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. ଏପରିକି ସୋମବାର ଦିନ ମଧ୍ୟ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଭୁବନେଶ୍ବର ଗସ୍ତବେଳେ ବିଜେଡି ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା. ଫଳରେ ଜୟଦେବ ବିହାର ଛକରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା. ବିଜେଡି କହିଛି, ପୂର୍ବତଟ ରେଳପଥକୁ ଭାଙ୍ଗି ଦକ୍ଷିଣପୂର୍ବ ରେଳପଥ ଗଠନ କରିବା ଏବଂ ସେଥିରେ ଓ୍ବାଲଟିୟର ଡିଭିଜନକୁ ମିଶାଇବା ପଛରେ ଓଡିଶାରୁ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ଉଠାଇନେବାକୁ କେନ୍ଦ୍ର ସରକାର ଷଡଯନ୍ତ୍ର କରିଛି. ଏହା ବିରୋଧରେ ବିଜେଡି ପ୍ରତିବାଦ ଜାରୀ ରଖିବ.

LEAVE A REPLY

Please enter your comment!
Please enter your name here